ରୂପରେ ସେ ରୂପସୀ, ତା କଥା କବିତା
ରୂପରେ ସେ ରୂପସୀ, ତା କଥା କବିତା
ହସ ତାର ଏତେ ଦାମୀ, ମୋତି ବି ଫିକା
ଯେବେ-ଯେବେ ହୁଏ ମୋର ତା ସାଥେ ଦେଖା
ଲାଗେ ଏ ପ୍ରେମ କାହାଣୀ, ସତେ ଉପରୁ ଲେଖା
ମୁଁ ଯେ ତରଳି ଯାଏ, ମନ ବତୁରି ଯାଏ
କଥା ତାର ଭାବି-ଭାବି ରାତି ବିତି ଯାଏ
ଆଲୋ ରଜନୀଗନ୍ଧା, କାଇଁ ହସୁଛୁ ଅଧା?
ତୋ ପାଇଁ ଏ ଛାତିରେ ହୋଉଛି ଅସୁବିଧା
ଆଲୋ ରଜନୀଗନ୍ଧା, କାଇଁ ହସୁଛୁ ଅଧା?
ତୋ ପାଇଁ ଏ ଛାତିରେ ହୋଉଛି ଅସୁବିଧା
ନିଦ ହଜା ତୋର ଚେହେରା
ରଙ୍ଗ-ଢ଼ଙ୍ଗ ପୁରା ନିଆରା
ଆଲୋ ଚଗଲି, ରାଜକୁମାରୀ ମାରିଦିଏ ତୋ ଇଶାରା
ଓଠ ସତେ ମହୁ ପସରା
କେଶ ଲାଗେ ତାର କହରା
ଘାଇଲା କଲା, ମତେ ସାରିଲା
ହାଏ ଗୋରୀ, ତୋର ନଖରା
ଲାଜେ ସରମି ଯାଏ, ଯେବେ ସେ ମତେ ଚାହେଁ
ବାଟ ତାର ଜଗି-ଜଗି ଦିନ କଟିଯାଏ
ଆଲୋ ରଜନୀଗନ୍ଧା, କାଇଁ ହସୁଛୁ ଅଧା?
ତୋ ପାଇଁ ଏ ଛାତିରେ ହୋଉଛି ଅସୁବିଧା
ଆଲୋ ରଜନୀଗନ୍ଧା, କାଇଁ ହସୁଛୁ ଅଧା?
ତୋ ପାଇଁ ଏ ଛାତିରେ ହୋଉଛି ଅସୁବିଧା
ଚାଲି ଯାଉ ଯେବେ ବାଟରେ
ଭିଡ଼ ଲାଗିଯାଏ ଛକରେ
ବଜାର ଆଡ଼େ ଗଲେ ଲୋ ବୁଲି
ଦର ବଢ଼ି ଯାଏ ହାଟରେ
ନିତି ତୋ ବାଟକୁ ଚାହିଁ
ବସି ରହିଥାଏ ମୁଁ କାହିଁ
ଦିନେ ନଦେଖିଲେ ତାକୁ ମନ ମୋର ବୁଝେନାହିଁ
ସତ ନହେଲେ ନାହିଁ, ସପନେ ଦେ ତୁ ଛୁଇଁ
ଭଲ ପାଉ ମତେ ବୋଲି, ଦେ ଥରେ କହି
ଆଲୋ ରଜନୀଗନ୍ଧା, କାଇଁ ହସୁଛୁ ଅଧା?
ତୋ ପାଇଁ ଏ ଛାତିରେ ହୋଉଛି ଅସୁବିଧା
ଆଲୋ ରଜନୀଗନ୍ଧା, କାଇଁ ହସୁଛୁ ଅଧା?
ତୋ ପାଇଁ ଏ ଛାତିରେ ହୋଉଛି ଅସୁବିଧା